Explore

Search

July 19, 2025 11:10 pm

Genres

‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ପାଇଁ ଆବେଦନ ଆରମ୍ଭ କଲେ ଓଡିଶା ସରକାର

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ଯୋଜନାରେ ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ। ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଭାରତୀୟ ରେଳବାଇ ପକ୍ଷରୁ ମିଳିତ ଉଦ୍ୟମରେ ଦେଶର ପ୍ରସିଦ୍ଧ ତୀର୍ଥସ୍ଥାନଗୁଡ଼ିକୁ ଯିବେ ୮୦୦୦ ଜଣ ତୀର୍ଥଯାତ୍ରୀ। ୬୦-୬୫ ବର୍ଷର ବୟସ୍କ ବରିଷ୍ଠ ନାଗରିକ ଏଥିରେ ସାମିଲ ହୋଇଥିବା ବେଳେ ଦଶ ଗୋଟି ତୀର୍ଥସ୍ଥାନକୁ ଯାତ୍ରାରେ ଯିବେ ବରିଷ୍ଠ ନାଗରିକ l କେବଳ ସେତିକି ନୁହେଁ ସହାୟକ ଭାବେ ୧୮ ବର୍ଷ ରୁ ଉର୍ଦ୍ଧ୍ବ ମଧ୍ଯ ଯାତ୍ରା କରିପାରିବେ l ଜୁଲାଇ ୧୭ରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫଲାଇନ ଦ୍ଵାରା ଚାଲିବ ଆବେଦନ ପ୍ରକ୍ରିୟା l ଏନେଇ ଗଣମାଧ୍ୟମରେ ବିସ୍ତୃତ ଆଲୋଚନା କରିଥିଲେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score