Explore

Search

July 19, 2025 11:24 pm

Genres

ଜାତୀୟସ୍ତରରେ ଚମକିଲା ରାଉରକେଲା, ଦେଶରେ ୧୫ତମ ସ୍ଥାନ

ସ୍ଵଚ୍ଛ ସର୍ବେକ୍ଷଣ କ୍ଷେତ୍ରରେ ଓଡିଶା ପାଇଁ ପୁରସ୍କାର ହାତେଇଲା ରାଉରକେଲା l ସର୍ବ ଭାରତୀୟସ୍ତରରେ ରାଉରକେଲା ୧୫ତମ ସ୍ଥାନ ହାସଲ କରିଛି। ଏହାସହ ରାଉରକେଲା ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି। ଗୁରୁବାର ଦିନ ସ୍ଵଚ୍ଛ ସର୍ବେକ୍ଷଣ ୯ମ ସଂସ୍କରଣର ଫଳାଫଳ ଘୋଷଣା କରାଯିବା ଅବସରରେ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଗତବର୍ଷ ରାଉରକେଲା ସହର ୧୧୯ତମ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ଏଥିରେ ଅନେକ ପାଦ ଉନ୍ନତି କରିଛି। ୨୦୨୪ ଏପ୍ରିଲ ମାସରୁ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ ଚାଲୁଥିଲା। ରାଉରକେଲାକୁ ଶ୍ରେଷ୍ଠ ସ୍ଵଚ୍ଛ ସହର ଭାବେ ଚୟନ ପାଇଁ ସହରବାସୀ ଅନଲାଇନ୍‌ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ୨୦୨୪ ଏପ୍ରିଲ ମାସରୁ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ ଚାଲୁ ରହିଥିଲା। ରାଉରକେଲାକୁ ଶ୍ରେଷ୍ଠ ସ୍ଵଚ୍ଛ ସହର ଭାବେ ଚୟନ ପାଇଁ ସହରବାସୀ ଅନଲାଇନ୍‌ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ଏତଦ୍‌ବ୍ୟତୀତ ସହରକୁ ବର୍ଜ୍ୟମୁକ୍ତ କରିବାରେ ୩ ତାରକା ପାଇଥିବା ବେଳେ ସ୍ଵଚ୍ଛତା ଭିତ୍ତିକ କାର୍ଯ୍ୟକ୍ରମ ଯୋଗୁଁ ଓଡିଏଫ୍++ ମାନ୍ୟତା ବଜାୟ ରଖିଛି। ଏନେଇ ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ରାଉରକେଲା ବାସିନ୍ଦା, ତୃଣମୂଳସ୍ତରରେ କାର୍ଯ୍ୟରତ ସଫେଇ କର୍ମଚାରୀ ଓ ମହାନଗର ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score