Explore

Search

February 15, 2025 6:18 am

Genres

ସିଆଚେନ୍ ସୁରକ୍ଷା ବଳୟରେ ୫ଜି ନେଟୱାର୍କ ସେବା, ଉତ୍ସାହିତ ଯବାନ

5G connectivity at Siachen glacier

ପୃଥିବୀର ବିଶାଳ ସୁରକ୍ଷା ବଳୟ ସିଆଚେନ୍ ଗ୍ଲାସିଅରରେ ଆରମ୍ଭ ହୋଇଛି ଟେଲିକମ୍ ଅପରେଟର ସେବା l ସେନା ସହାୟତାରେ ବରଫ ପାହାଡ଼ ଉପରେ ଲାଗିଲା ଜିଓ ଟାୱାର। ଏହା ଅସାଧ୍ୟ ବୋଲି ପ୍ରଥମେ କୁହାଯାଉଥିଲେ ବି ସେନାବାହିନୀ ପକ୍ଷରୁ ଏହି ବରଫ ପାହାଡକୁ ସରଞ୍ଜାମ ଏୟାରଲିଫ୍ଟ ହୋଇଥିଲା। ସୁରକ୍ଷା ବଳୟରେ କାମ କରିଥିଲେ ରିଲାଏନ୍ସ ଜିଓ କର୍ମଚାରୀ। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଏହାର ୫ଜି ସେବା ଆରମ୍ଭ ହୋଇଛି। ରିଲାଏନ୍ସ ଜିଓ ଏହି ସେବା ପ୍ରଦାନ କରିଛି। ଯାହାକୁ ସେନାର ସାହସୀ ଯବାନମାନଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।ଏହି ସ୍ଥାନରେ ମୋବାଇଲ୍ ଟାୱାର ନିର୍ମାଣ ଏକ କଷ୍ଟସାଧ୍ୟ ବ୍ୟାପାର ଥିଲା। ଏହି ଅଞ୍ଚଳରେ ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ସେଲସିଅସରୁ ମାଇନସ୍ ୫୦ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହିଥାଏ। ତେଣୁ ଏହି ଟାୱାର ପାଇଁ ବିଭିନ୍ନ ସରଞ୍ଜାମ ସିଆଚେନ୍ ଗ୍ଲାସିଅରକୁ ନିଆଯିବା ଏତେ ସହଜ ନଥିଲା। ଏହି ପ୍ରୋଜେକ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରଠାରୁ ସେନାବାହିନୀର ବରିଷ୍ଠ ଅଧିକାରୀ ଓ ରିଲାଏନ୍ସ ଜିଓ ଅଧିକାରୀଙ୍କ ମଧ୍ୟରେ ବାରମ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସରଞ୍ଜାମକୁ ସେନା ପକ୍ଷରୁ ଏୟାରଲିଫ୍ଟ କରାଯାଇଥିଲା l ପରିଶେଷରେ ଆଜି ଏହି ଟାୱାର ଲାଗିବା ଫଳରେ କାର୍ଯ୍ୟରତ ଯବାନ ଅନେକ ଉପକୃତ ହେବେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score