Explore

Search

February 15, 2025 10:06 am

Genres

କୁମ୍ଭମେଳାରେ ଏ.ଆଇ କରୁଛି କମାଲ, ରଖୁଛି ଶ୍ରଦ୍ଧାଳୁଙ୍କ ତଥ୍ଯ

AI in Maha Kumbh 2025

ପ୍ରୟାଗରାଜ: ଚାଲିଛି ବିଶ୍ଵପ୍ରସିଦ୍ଧ କୁମ୍ଭମେଳା l ଭିଡକୁ ନିୟନ୍ତ୍ରଣ ତଥା ଏହାର ସୁପରିଚାଳନା ପାଇଁ ଉତ୍ତରପ୍ରଦେଶ ସରକାର ଏକ ସ୍ଵତନ୍ତ୍ର ତଥା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିଛନ୍ତି l ସୂଚନା ଯୋଗ୍ୟ ଯେ ପ୍ରତିଦିନ ପ୍ରୟାଗରାଜ ମହାକୁମ୍ଭକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢି ଚାଲିଥିଲା ବେଳେ ମହାକୁମ୍ଭର ଅଷ୍ଟମ ଦିବସରେ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଏହାକୁ ମିଶାଇ ପ୍ରାୟ ୭ କୋଟି ଶ୍ରଦ୍ଧାଳୁ ବର୍ତ୍ତମାନ ସୁଦ୍ଧା ବୁଡ଼ ପକାଇଛନ୍ତି l ମହାକୁମ୍ଭ ଶେଷ ସୁଦ୍ଧା ଦେଶ ବିଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୫ କୋଟି ରହିବ ବୋଲି ଆକଳନ କରାଯାଇଛି I କିନ୍ତୁ ଏଠାକୁ ପ୍ରତିଦିନ ଆସୁଥୁବା ଶ୍ରଦ୍ଧାଳୁ କିମ୍ବା ପର୍ଯ୍ୟଟକଙ୍କ ଗଣତି କିଭଳି ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି? ସ୍ଥାନୀୟ ସରକାର ଓ ପ୍ରଶାସନ ପକ୍ଷରୁ ଏଠାକୁ ଆସୁଥିବା ଲୋକମାନଙ୍କ ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଥିଲା ବେଳେ ଏଗୁଡିକରେ କୃତ୍ରିମ ବୁଦ୍ଧିମତା(ଏଆଇ) କୌଶଳ ଉପଯୋଗ କରାଯାଇ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗଣତି କରାଯାଉଛି। ମହାକୁମ୍ଭ ମେଳାର ଆଗମନ, ପ୍ରସ୍ଥାନ ସମେତ ଅନ୍ୟ ବିଭିନ୍ନ ସ୍ଥଳ ଓ ଗହଳି ସ୍ଥାନରେ କ୍ୟାମେରାରେ ରହିଥ‌ିବା ଏଆଇ ବ୍ୟବସ୍ଥା ଦ୍ବାରା ଲୋକଙ୍କ ସାନ୍ଦ୍ରତାକୁ ପରଖି କେନ୍ଦ୍ରୀୟ ମୂଲ୍ୟାଙ୍କନ ଟିମ୍ କୁ ପଠାଯାଇ ଶ୍ରଦ୍ଧାଳୁଙ୍କ ସଂଖ୍ୟା ନିର୍ଣ୍ଣୟ କରାଯାଉଛି।

ଏହାବ୍ୟତୀତ ଡ୍ରୋନ କ୍ୟାମେରା ଦ୍ବାରା ମଧ୍ୟ ମେଳାର ସବୁ ଅଞ୍ଚଳର ଗହଳିକୁ ନେଇ ଆବଶ୍ୟକ ତଥ୍ୟ ହାସଲ କରାଯାଇ ଲୋକଙ୍କ ଗଣତି କରାଯାଉଥିବା କୁହାଯାଉଛି । କେନ୍ଦ୍ରୀୟ ନିଯନ୍ତ୍ରଣ କକ୍ଷ ଦ୍ବାରା ଏହିସବୁ ତ‌ଥ୍ୟକୁ ଉପଯୋଗ କରି ଗୋଟିଏ ଦିନରେ ସମାଗାମ ହେଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ସ୍ଥିର କରାଯାଉଥିଲା ବେଳେ କୌଣସି ଜାଗାରେ ଭିଡ଼ ଜମିଲେ ଏହାକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score