Explore

Search

November 18, 2025 2:34 am

୨୩ ବର୍ଷର ରେକର୍ଡ ଭାଙ୍ଗିଲା ଋଷିକୁଲ୍ୟା ନଦୀ ମୁହାଣ, ୬,୯୮‌,୭୧୮ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

ରିଲିଜ ହେଲା ବିଷ୍ଣୁ ମାଞ୍ଚୁଙ୍କ ବହୁପ୍ରତୀକ୍ଷିତ କନ୍ନପ୍ପା'ର ଟିଜର

ଦୀର୍ଘ ୨୩ ବର୍ଷ ପରେ ରେକର୍ଡ଼ କରିଛି ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ । ଚଳିତ ବର୍ଷ, ୮ ଦିନ ଧରି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୬ ଲକ୍ଷ ୯୮‌ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଛନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫେବୃଆରୀ ୧୬ ତାରିଖରୁ ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଋଷିକୁଲ୍ୟା ମୁହାଣରେ ହୋଇଥିଲା ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା।ଯାହା ଫଳରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏହି ଗଣ ଅଣ୍ଡାଦାନ କେବଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନୁହେଁ ବରଂ କେନ୍ଦ୍ରାପଡ଼ାର ଗହୀରମଥାରେ ହେଉଥିବା ଗଣ ଅଣ୍ଡାଦାନର ରେକର୍ଡକୁ ମଧ୍ୟ ଟପିଛି । ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣର ପୋଡମପେଟା ବେଳାଭୂମି ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମିରେ ଚଳିତ ବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ହୋଇଥିଲା ।ବିଗତ ବର୍ଷମାନଙ୍କରେ ରଷିକୁଲ୍ୟା ମୁହାଣକୁ ଗଣ ଅଣ୍ଡାଦାନ ସମୟରେ ଆସିଥିବା କଇଁଛମାନଙ୍କୁ ଜେଡ.ଏସ.ଆଇ ପକ୍ଷରୁ କରାଯାଇଥିବା ଟ୍ୟାଗିଂ ମଧ୍ୟରୁ ଚଳିତବର୍ଷ ପ୍ରାୟ ୩୫୦ରୁ ଅଧିକ ଅଲିଭ୍ ରିଡଲେ କଇଁଛ ଲଗାତର ଆସୁଥିବା ଦେଖିବାକୁ ମିଳିଛି । ସେମାନଙ୍କଠାରୁ ପୂର୍ବରୁ ଲଗାଯାଇଥିବା ଟ୍ୟାଗିଂକୁ ଉଦ୍ଧାର କରାଯାଇଥିବା ବେଳେ ଏହା ଜଣାପଡ଼ିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score