ଭୁବନେଶ୍ବରସ୍ଥିତ ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହାମହିମ ରାଜ୍ୟପାଳ ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ । ଓଡ଼ିଶାରେ ମାତ୍ର ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି କିନ୍ତୁ ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଜାଣି ନାହାନ୍ତି । ଏପରିକି ସମ୍ପନ୍ନ ବର୍ଗର ଲୋକେ ମଧ୍ୟ କୌଣସି ସାମଜିକ ଯୋଜନା ବିଷୟରେ ଜାଣିନଥିବା କହି ଉଦ୍ବେଗ ଜଣାଇଛନ୍ତି ରାଜ୍ୟପାଳ । ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନା ବିଷୟରେ ଅନେକ ଲୋକେ ଅବଗତ ନାହାନ୍ତି । ଏହି ଯୋଜନାରେ ଘରର ସବୁ ସଦସ୍ୟ ସାମିଲ ହୋଇପାରିବେ। ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ କିଏ ଦେଇ ନପାରିବ ବୋଲି ପ୍ରଶ୍ନ ପଚାରିଛନ୍ତି ରାଜ୍ୟପାଳ ମହୋଦୟ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |