Explore

Search

June 14, 2025 3:55 pm

Genres

ରାଜ୍ୟ ସରକାର ଆଣିବେ ତିନି ବର୍ଷିଆ ନୂଆ ଅବକାରୀ ନୀତି

ଏଣିକି ଅବାଧ ମଦମୁକ୍ତ ହେବ ରାଜ୍ୟ l ଆଉ ମୋଟେ ଖୋଲିବନି ନୂଆ ମଦ ଦୋକାନ। କୌଣସି ନୂଆ ମଦ ଦୋକାନ ତ ଖୋଲିବନି, ତାସହ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି କଲେ କଡ଼ା ଦଣ୍ଡର ପ୍ରାବଧାନ ରହିବା ସୂଚନା ମିଳିଛି l ଯାହାକୁ ମଦ ବ୍ୟବସାୟୀ ସ୍ବାଗତ କରିଥିବାବେଳେ, ପ୍ରଫିଟ୍ ମାର୍ଜିନ୍ ୧୦ରୁ ୨୫ ପ୍ରତିଶତକୁ ବୃଦ୍ଧି ସହ ଲାଇସେନସ୍ ଅବଧି ସରିଯାଉଥିବା ପୁରୁଣା ମଦ ଦୋକାନ ପାଇଁ ଆଉ ଲଟେରୀ ବ୍ୟବସ୍ଥା ରହିବ କି ନାହିଁ ତାକୁ ନେଇ ବି ଉଠିଛି ସଂଶୟ । ଏଥିସହ ଲାଇସେନପ୍ରାପ୍ତ ଦୋକାନୀଙ୍କ ପାଇଁ ମଦ ବିକ୍ରି ନେଇ ରହିଥିବା ମିନିମମ୍ ଗ୍ୟାରେଣ୍ଟି କୋଟା ନୀତି ରହିବ ନା ବଦଳିବ ? ତାହା ବି ସ୍ପଷ୍ଟ ହୋଇନି। ତେବେ ଏତେ ସବୁ ସଂଶୟ ଭିତରେ କିନ୍ତୁ ମଦ ବ୍ୟବସାୟୀ ପ୍ରଫିଟ୍ ମାର୍ଜିନ୍ ହାର ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ବଢ଼ାଇବାକୁ ଦାବି କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score