Explore

Search

May 18, 2025 12:49 am

Genres

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି, ବିଭିନ୍ନ ଜନମଙ୍ଗଳ ପ୍ରସ୍ତାବକୁ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ ସଂଶୋଧନ ଆସିଛି l ମୁଖ୍ୟତଃ ୫ଟି ବିଭାଗର ୮ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର ବାଜିଛି l
ପଶୁ ସଂପଦ ବିଭାଗ ନିଯୁକ୍ତି ସର୍ତ୍ତାବଳୀରେ ହୋଇଛି ପରିବର୍ତ୍ତନ l ପ୍ରାଣୀ ଚିକିତ୍ସା ବୈଷୟିକ ସେବାରେ ନୂଆ ପଦବୀକୁ ମଂଜୁରି l ଗ୍ରୁପ-ବିରେ ୧୧୩ ନୂଆ ପଦବୀ ସୃଷ୍ଟି ହୋଇଛି l ସେହିପରି ଅର୍ଥ ବିଭାଗ ପେନସନ ନିୟମରେ ୨୦ଟି ସଂଶୋଧନ ଆସିଥିବା ବେଳେ ସରକାରୀ କର୍ମଚାରୀ ଇସ୍ତଫା ନିୟମରେ ହେଲା ସଂଶୋଧନ l ଏଣିକି ୯୦ ଦିନ ଭିତରେ ଇସ୍ତଫା ପ୍ରତ୍ୟାହାର କରିପାରିବେ କର୍ମଚାରୀ l କେବଳ ସେତିକି ନୁହେଁ ବିବାହିତ ଭିନ୍ନକ୍ଷମ ଝିଅ ବି ପାଇପାରିବ ପେନ୍‌ସନ l ଝିଅର ପରିବାର ଆୟ ବାର୍ଷିକ ୫ ଲକ୍ଷରୁ କମ୍‌ ଥିଲେ ମିଳିବ ଆର୍ଥିକ ପ୍ରୋତ୍ସାହନ l ଯାହା ପୂର୍ବରୁ ଅବିବାହିତ ଝିଅ ପାଇଁ ଥିଲା ପେନ୍‌ସନ ପାଇବା ବ୍ୟବସ୍ଥା ଥିଲା l ସେନାରୁ ଅବସର ପରେ ସରକାରୀ ଚାକିରି କରିଥିଲେ ସୁବିଧା
ଉଭୟ ସେନା ଓ ରାଜ୍ୟ ସରକାରରୁ ମିଳିବ ପେନ୍‌ସନ l ସେହିପରିଭାବେ ୫ ବର୍ଷ ଜାରି ରହିବ ମାଗଣା ନିଦାନ ଏବଂ ଡାଏଲିସିସ ସେବା l ରାଜ୍ଯରେ ଆରମ୍ଭ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ବସ୍‌ ସେବାରେ ଭଡ଼ାରେ ମିଳିବ ରିହାତି l ମହିଳା, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ୫୦% ରିହାତି ମିଳିବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score