ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ l ଏହାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପାଇଁ ଖୁବ୍ଶୀଘ୍ର ଗାଇଡଲାଇନ ଜାରି ହେବାକୁ ଯାଉଛି l କେବଳ ସେତିକି ନୁହେଁ ଅଂଶୁଘାତ ରୁ ରକ୍ଷା ତଥା ସରକାରୀ କର୍ମଚାରୀ ଓ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆସିବ ସ୍ବତନ୍ତ୍ର ଗାଇଡଲାଇନ l ଇତିମଧ୍ୟରେ ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ଆଲୋଚନା ସରିଛି l ଏହାକୁ ନେଇ ଗଣମାଧ୍ୟମରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ l ମାତ୍ର କେବେଠୁ ସକାଳୁଆ ସ୍କୁଲ କଲେଜ ହେବ ସେନେଇ ଆଲୋଚନା ଚାଲିଛି l ଖୁବ୍ ଶୀଘ୍ର ଏହାର ସାର୍ବଜନୀନ ଚିଠା ଆସିବାକୁ ଯାଉଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ମିଳିଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |