ଆଜି ସମଗ୍ର ରାଜ୍ୟରେ ପାଳନ ହେଉଛି ଅକ୍ଷୟ ତୃତୀୟା ପର୍ବ l ଏହି ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଓୟୁଏଟି ସ୍ଥିତ ଫାର୍ମ ହାଉସରେ କୃଷିମନ୍ତ୍ରୀ କେଭି ସିଂହଦେଓଙ୍କ ସହ କଲେ ଅନୁକୂଳ l ଏଥିସହ ଆଜି ପାଳିତ ହେଉଛି ରାଜ୍ୟସ୍ତରୀୟ କୃଷକ ସମାରୋହ l ଅନ୍ୟପକ୍ଷରେ କୃଷିଭିତ୍ତିକ ଏହି ପର୍ବରେ ଚାଷୀମାନେ ଭୂମିପୂଜା କରିବା ସହିତ ଆଜିଠାରୁ ବିଧିବଦ୍ଧ ଭାବେ ପୁରୀ ଘୋଷଯାତ୍ରା ପାଇଁ ରଥକାଠ କାମ ଆରମ୍ଭ ହେବ l ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ଟାରେ ହେବ ଆଜ୍ଞାମାଳ ବିଜେ ନୀତି l ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମଦନ ମୋହନ l କେବଳ ସେତିକି ନୁହେଁ ଆଜି ବିଭିନ୍ନ ଗହଣା ଦୋକାନରେ ମଧ୍ଯ ନୂଆ ସୁନା କିଣିବା ପାଇଁ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |