Explore

Search

May 24, 2025 8:09 am

Genres

ଦୈତ ନଗରୀରେ ହେବ ଆଇଟି ପାର୍କ, ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ କରିଡର

ବିକଶିତ ହେବ ସହରାଞ୍ଚଳ, ଆସିବ ନୂଆ ପ୍ରଯୁକ୍ତିବିଦ୍ୟା l ଫଳରେ ଟ୍ୱିନ ସିଟିରେ ହେବାକୁ ଯାଉଛି ନୂଆ ଆଇଟି ପାର୍କ । ହଜାରେ ହେକ୍ଟର ଜମିରେ ତିଆରି ହେବ ଏହି ଆଇଟି ପାର୍କ । ଆଇଟି ଶିଳ୍ପ ପାଇଁ ରାଜ୍ୟରେ ତିଆରି ହେବ ପ୍ଲଗ ଆଣ୍ଡ ପ୍ଲେ ସୁବିଧା ଥିବା ୫୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ୍ ଏରିଆ । ଭୁବନେଶ୍ୱରର ସତ୍ୟନଗର ଓ ୟୁନିଟ-୨ ଅଞ୍ଚଳରେ ଆଇଟି ଶିଳ୍ପ ପାଇଁ ଚଳିତବର୍ଷ ୧୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ୍ ଏରିଆ ତିଆରି ଆରମ୍ଭ ହେବ ।

ଆଗାମୀ ୫ ବର୍ଷରେ ଓଡ଼ିଶାରେ ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ଏଥିରୁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ୧ ଲକ୍ଷ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ୧ ଲକ୍ଷ ୨୫ ହଜାର କୋଟି । ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡର । ଏବେ ଏହି ଦୁଇ ସହର ମଧ୍ୟରେ ଯାତାୟାତ ପାଇଁ ୮ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ପ୍ରକଳ୍ପ ସରିବା ପରେ ମାତ୍ର ସାଢ଼େ ୩ ଘଣ୍ଟା ଲାଗିବ । ରାଜ୍ୟର ୫ଟି ବଡ଼ ସହର ସମେତ ୧୧ଟି ସହରରେ ତିଆରି ହେବ ରିଙ୍ଗ ରୋଡ । ବିକଶିତ ଓଡ଼ିଶାରେ ୨୦୩୬ ସୁଦ୍ଧା ରାଜ୍ୟ ଅର୍ଥନୀତି ୦.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ । ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି ହେବ ଓଡ଼ିଶା । ଆଗାମୀ ୫ ବର୍ଷରେ ରାଜ୍ୟରେ ଆଉ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯିବ । ୨୦୩୬ ବିକଶିତ ଓଡିଶା ପାଇଁ ରାଜ୍ୟ ସରକାର ଏପରି ଖସଡ଼ା ପ୍ରସ୍ତୁତ କରିଛନ୍ତି । ବିକଶିତ ଓଡ଼ିଶା- ୨୦୩୬ ନେଇ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ-ଆଇସିସିର ଜାତୀୟ ଆଲୋଚନାଚକ୍ରରେ ଭାଗ ନେଇ ମନ୍ତ୍ରୀ ଓ ସଚିବମାନେ ସରକାରଙ୍କ ବ୍ଲୁ ପ୍ରିଣ୍ଟ ବାବଦରେ ଏପରି କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score