ଭୁବନେଶ୍ୱର : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୪ ଓ ୨୫ ମାର୍ଚ୍ଚରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି l ସୂଚନା ମୁତାବକ ମାର୍ଚ୍ଚ ୨୪ ଅପରାହ୍ନ ୧.୩୦ ସମୟରେ ଭୁଜନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶ୍ରୀମତୀ ମୁର୍ମୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ସେଠାରେ ପହଞ୍ଚିବା ପରେ ସ୍ଵତନ୍ତ୍ର ହେଲିକପ୍ଟରରେ ନୟାଗଡ଼ ଜିଲ୍ଲାର କଣ୍ଟିଲୋରେ ଅବତରଣ କରି ଆରାଧ୍ୟ ନୀଳମାଧବ ମନ୍ଦିରକୁ ଯାଇ ଦର୍ଶନ କରିବେ l ପରେ ଦର୍ଶନ ସାରି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ବିଶ୍ଵାବସୁ ଶବର ସମାଜର ବାର୍ଷିକ ଉତ୍ସବରେ ଯୋଗଦେବେ। ସେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାବେଶକୁ ସମ୍ବୋଧନ କରିବେ l
ମାର୍ଚ୍ଚ ୨୫ରେ, ରାଷ୍ଟ୍ରପତି ସକାଳେ ଭୁବନେଶ୍ୱରରୁ ଯାଇ କଟକ ଅଭିମୁଖେ ଯିବେ, ଯେଉଁଠାରେ ସେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବେ l
ଏହା ପରେ ସେ ରେଭେନ୍ସା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ।
ରାଷ୍ଟ୍ରପତି କଟକ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ବିରତି ଜାରି ରଖିବେ। ତା’ପରେ ସେ ତୁଳସୀପୁର ଆଦିକବି ସାରଲା ଦାସଙ୍କ ପ୍ରତିମୂର୍ତ୍ତି ପରିଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବେ। ସେଠାରୁ ସେ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମକୁ ଯାଇ ସାରଳା ଦାସଙ୍କ ୬୦୦ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ସାରଳା ସାହିତ୍ୟ ସମାଜ ପକ୍ଷରୁ ପ୍ରଖ୍ୟାତ ଓଡିଆ ସାହିତ୍ୟିକ ଉତ୍ତରାଧିକାରୀଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ମାନିତ କରିବେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |