Explore

Search

July 15, 2025 3:02 am

Genres

ଛତ୍ରପୁରରେ ଶୁଭାରମ୍ଭ ହେଲା ‘ବିକାଶ ବାହନ’

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ଗଞ୍ଜାମ ଆନୁକୁଲ୍ୟରେ ” ଶିଶୁ ଶ୍ରମିକ ସଚେତନତା ରଥ” ର ଶୁଭାରମ୍ଭ ହୋଇଛି l ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀରେ ମାନ୍ୟବର ବ୍ରହ୍ମପୁର ସାଂସଦ, ମାନ୍ୟବର ଛତ୍ରପୁର ବିଧାୟକ, ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ‘ବିକାଶ ବାହନ’ର ପତାକା ଦେଖାଇ ଏହାର ଶୁଭାରମ୍ଭ ହୋଇଛି l ରାଜ୍ୟର ୩୧୪ ବ୍ଲକ୍‌ରେ ବୁଲିବ ‘ବିକାଶ ବାହନ’ l ୫ ମହାନଗର ନିଗମ ଓ ୧୧୫ ପୌରାଞ୍ଚଳରେ ବି ବୁଲିବ l କେବଳ ସେତିକି ନୁହେଁ ସରକାରୀ ଯୋଜନା ନେଇ କରାଯିବ ସତର୍କତା ଏଥିସହିତ ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ବିକାଶ ବାହାନ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score