ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନସ୍ପଦ ଓ ଚର୍ଚ୍ଚିତ ପୁରସ୍କାର ହେଉଛି ଓସ୍କାର l ଚଳିତବର୍ଷ ୨୦୨୫ ତଥା ୯୭ତମ ଓସ୍କାର ପୁରସ୍କାର ଘୋଷଣା ହୋଇଛି। ସୂଚନାଯୋଗ୍ୟ ଯେ ଓସ୍କାର ପୁରସ୍କାର ମାର୍ଚ୍ଚ ୩ରେ ଭାରତୀୟ ସମୟ ସକାଳ ୫:୩୦ ରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମ୍ମାନଜନକ ପୁରସ୍କାର ହାତେଇବାରେ ଯାହାଙ୍କ ପ୍ରଥମ ନାମ ଆସିଛି ସେ ହେଉଛନ୍ତି ଆଡ୍ରିଏନ୍ ବ୍ରୋଡି , ଫିଲ୍ମ ‘ଦ ବ୍ରୁଟଲିଷ୍ଟ’ରେ ତାଙ୍କର ଦମଦାର୍ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପାଇଁ ଓସ୍କାର ପ୍ରଦାନ କରାଯାଇଛି। ମିକେଲା ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି । ହଲିଉଡ ଅଭିନେତା କିରନ କଲକିନ ଶ୍ରେଷ୍ଠ ସହାୟକ ଅଭିନେତା ସହ ‘ଅନୋରା’ ଏକାଡେମୀ ପୁରସ୍କାର ଜିତିଛି ।
ନିମ୍ନରେ ଓସ୍କାର ବିଜେତାଙ୍କ ତାଲିକା ଦିଆଯାଇଛି-
• ଶ୍ରେଷ୍ଠ ପିକ୍ଚର- ଅନୋରା
• ଶ୍ରେଷ୍ଠ ଅଭିନେତା – ଆଡ୍ରିଏନ୍ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
• ଶ୍ରେଷ୍ଠ ଅଭିନେତ୍ରୀ – ମିକେଲା ମ୍ୟାଡିସନ୍ (ଚଳଚ୍ଚିତ୍ର: ଆନୋରା)
• ଶ୍ରେଷ୍ଠ ନିର୍ଦ୍ଦେଶକ – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)
• ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ସର୍ଟ ଫିଲ୍ମ – ଆଇ ଏମ୍ ନଟ ଏ ରୋବୋଟ୍
• ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ – ଆଇ ଏମ୍ ଷ୍ଟିଲ୍ ହିୟର
• ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି ବ୍ରୁଟାଲିଷ୍ଟ
• ଅରିଜିନାଲ ସ୍କୋର – ଦି ବ୍ରୁଟାଲିଷ୍ଟ
• ଡକ୍ୟୁମେଣ୍ଟାରୀ ଫିକଚର୍ ଫିଲ୍ମ – ନୋ ଅଦର ଲ୍ୟାଣ୍ଡ
• ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ – ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା
• ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
• ଶ୍ରେଷ୍ଠ ଅରିଜିନାଲ ସଂଗ୍– ଏଲ୍ ମାଲ୍ (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
• ଶ୍ରେଷ୍ଠ ସହାୟକ ଅଭିନେତା – କିରନ କଲକିନ୍ (ଚଳଚ୍ଚିତ୍ର: ଦି ରିଅଲ୍ ପେନ୍)
• ଶ୍ରେଷ୍ଠ ଆନିମେଟେଡ୍ ଫିକଚର୍ ଫିଲ୍ମ – ଫ୍ଲୋ
• ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ – ଇନ ଦ ଶ୍ୟାଡୋ ଅଫ ଦ ସାଇପ୍ରେସ
• ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର – ପଲ ତାଜେୱେଲ୍ (ଚଳଚ୍ଚିତ୍ର: ୱିକେଟ୍)
• ଶ୍ରେଷ୍ଠ ଚିତ୍ରନାଟ୍ୟ – ଆନୋରା
• ଶ୍ରେଷ୍ଠ ସ୍କ୍ରିନ ପ୍ଲେ – ପିଟର ଷ୍ଟ୍ରାଘାନ୍ (ଚଳଚ୍ଚିତ୍ର: କନକ୍ଲେଭ୍)
• ଚଳଚ୍ଚିତ୍ର ଏଡିଟିଂ – ଆନୋରା
• ଶ୍ରେଷ୍ଠ ସାଉଣ୍ଡ – ଡୁନ୍: ପାର୍ଟ ୨
• ଶ୍ରେଷ୍ଠ ଭିଏଫକ୍ସ– ଡୁନ୍: ପାର୍ଟ ୨
ଓସ୍କାର ହେଉଛି ଚଳଚ୍ଚିତ୍ର ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଏ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |