Explore

Search

April 29, 2025 3:00 am

Genres

ଓଡ଼ିଶା ଦିବସରୁ ଆରମ୍ଭ ହେବ ୧୪ ଦିନିଆ ଓଡ଼ିଆ ପକ୍ଷ

ଓଡ଼ିଶା ଦିବସରୁ ଆରମ୍ଭ ହେବ ୧୪ ଦିନିଆ ଓଡ଼ିଆ ପକ୍ଷ

ଏପ୍ରିଲ ୧ ତଥା ଉତ୍କଳ ଦିବସ ଠାରୁ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ସରକାରୀସ୍ତରରେ ପ୍ରଥମଥର ପାଳନ ହେବାକୁ ଯାଉଛି ଓଡ଼ିଆ ପକ୍ଷ । ଏଥିପାଇଁ ବ୍ଳକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରା‌ଯିବ ବୋଲି ସୂଚନା ଦେଇଛନ୍ତି ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ରବିବାର ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଏପ୍ରିଲ ୧ରେ ସ୍ବତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ । ଏପ୍ରିଲ ୨ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ।

ଏପ୍ରିଲ ୩ରେ “ଆମ ପୋଷାକ ଆମ ପରିଚୟ ଦିବସ , ଏପ୍ରିଲ ୪ରେ ”ଓଡ଼ିଆରେ ନାମ ଫଳକ ଅଭିଯାନ-ସଚେତନତା ପଦଯାତ୍ରା’ ର ଆଯୋଜନ କରାଯିବ।

ଏପ୍ରିଲ ୫ରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼, ୬ ତାରିଖରେ ଦେବାଳୟ ଓ ଐତିହ୍ୟସ୍ଥଳୀଗୁଡ଼ିକୁ ସନ୍ଥ ରଖିବା ପାଇଁ ସ୍ବଚ୍ଛତାଅଭିଯାନ, ୭ ତାରିଖରେ ବର୍ଣ୍ଣବୋଧ ଉତ୍ସବ, ୮ରେ ରକ୍ତଦାନ ଅଭିଯାନ, ୯ରେ “ଆସ ବହିଟିଏ କିଣିବା’ ଅଭିଯାନ କାର୍ଯ୍ୟକ୍ରମ ସହ ଏପ୍ରିଲ ୧୦ରେ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଏପ୍ରିଲ୍ ୧୧ରେ ଯୁବ ଲେଖକ ସମ୍ମିଳନୀ,୧୨ରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା, ୧୩ରେ ପାରମ୍ପରିକ ଖାଦ୍ୟ ଉତ୍ସବ ଓ ୧୪ ତାରିଖରେ ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି I

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score