ଆଜି ପଖାଳ ଦିବସ l ପ୍ରତି ଓଡ଼ିଆର ଘରଠାରୁ ଆରମ୍ଭ କରି ପଞ୍ଚତାରକା ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ଆଜି ପଖାଳ କଂସାର ଆସର l ଚାରିଆଡ଼େ ବିଭିନ୍ନ ଦରରେ ପଖାଳ ସହିତ ମାଛ ଭଜା, ଶାଗ ତରକାରୀ, ବଡ଼ିଚୁରା ଇତ୍ୟାଦି ବଜାରରେ ବିକ୍ରି ମଧ୍ଯ ହେଉଛି l
କଥାରେ ଅଛି “ଖାଅ ପଖାଳ, ଯାଇ ସଅଳ” । ଅର୍ଥାତ୍ ପଖାଳ ଖାଇବା ପରେ ପେଟ ଥଣ୍ଡା ରହୁଥିବାରୁ କାମ କରିବା ସହଜ ହୁଏ । ସେଥିଲାଗି ଓଡ଼ିଆଙ୍କ ମଉଡ଼ମଣୀ ସ୍ବୟଂ ଜଗନ୍ନାଥ ମଧ୍ଯ ପଖାଳ ଖାଆନ୍ତି । ସିଏ ପୁଣି ଏମିତି ସେମିତି ପଖାଳ ନୁହେଁ । ଶ୍ରୀଜୀଉଙ୍କ ପଖାଳରେ ପଡ଼େ ଘିଅ । ଆମର ଆରାଧ୍ୟ ଦେବତା ଯେବେ ପଖାଳ ପ୍ରିୟ ସେବେ ଓଡ଼ିଆ ବା ଏଥିରୁ ଦୂରେଇ ରହିବେ କେମିତି l ସେଥିପାଇଁ ଏହା ଆମର ରାଜ୍ୟର ମୁଖ୍ୟ ଖାଦ୍ୟ ଅଟେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |