Explore

Search

April 29, 2025 3:00 am

Genres

ଏଣିକି କଚ୍ଚା ଘରକୁ ଏବେ ପକ୍କା କରିବ ଅନ୍ତ୍ୟୋଦୟ ଗୃହ ଯୋଜନା

ଏଣିକି କଚ୍ଚା ଘରକୁ ଏବେ ପକ୍କା କରିବ ଅନ୍ତ୍ୟୋଦୟ ଗୃହ ଯୋଜନା

ରାଜ୍ଯରେ ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା l ରବିବାର କଳାହାଣ୍ଡିରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଗରିବ ଶ୍ରେଣୀର ଲୋକଙ୍କ ମୁଣ୍ଡ ଉପରେ ଛାତ ଦେବା ଉଦ୍ଦେଶ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି l ଲୋକଙ୍କ ପକ୍କାଘର ଆଶାକୁ ପୂରଣ କରିଛନ୍ତି ରାଜ୍ଯ ସରକାର । ସରକାରଙ୍କ ଏହି ଯୋଜନାରେ ଭିନ୍ନକ୍ଷମ, ରୋଗାକ୍ରାନ୍ତ ଓ ବିଧବାଙ୍କୁ ଅଗ୍ରାଧିକାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଯାହାକୁ ନେଇ ଖୁବ୍‌ ଖୁସିବ୍ୟକ୍ତ କରିଛନ୍ତି ହିତାଧିକାରୀ । ଘରପୋଡ଼ି, ହାତୀ ଉପଦ୍ରବ, ବନ୍ୟାବାତ୍ୟା କ୍ଷତିଗ୍ରସ୍ତଙ୍କୁ ବି ଏହି ଯୋଜନାରେ ଅଗ୍ରାଧିକାର ଦେବେ ସରକାର । ଯୋଗ୍ୟ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଘର । ୩ ବର୍ଷରେ ବିନିଯୋଗ ହେବ ୭,୫୫୦ କୋଟି ଟଙ୍କା । ବଜେଟ୍‌ରେ ରାଜ୍ୟ ଗରିବଙ୍କ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖାଯାଇଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ଆସନ୍ତା ୩ ବର୍ଷରେ ଅତି କମ୍‌ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ । ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବଜେଟ୍‌ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score