Explore

Search

April 24, 2025 2:44 am

Genres

ଉଦଯାପିତ ହେଲା ଓଡ଼ିଆ ପକ୍ଷ ୨୦୨୫

ଦୀର୍ଘ ଦୁଇ ସପ୍ତାହବ୍ଯାପୀ ରାଜ୍ଯରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଚାଲିଥିବା ଓଡ଼ିଆ ପକ୍ଷ ୨୦୨୫ ମହାବିଷୁବ ସଂକ୍ରାନ୍ତି ବା ଓଡିଶା ନବବର୍ଷରେ ସମାପନ ହୋଇଛି l ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପରିସରରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସ୍କୃତି ମନ୍ତ୍ରୀ, ଏକାମ୍ର ବିଧାୟକ, ଭୁବନେଶ୍ଵର ମେୟର ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମଞ୍ଚରେ ଉପସ୍ଥିତ ରହି ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁରସ୍କାର ପ୍ରଦାନ କରିଥିଲେ l ରାଜ୍ଯର ବିଭିନ୍ନ ସ୍ଥାନରୁ ସାହିତ୍ୟ ପ୍ରେମୀ, ଗବେଷକ, ବିଦ୍ୟାର୍ଥୀ ଯୋଗଦେଇଥିଲେ l ସନ୍ଧ୍ୟାରେ ବେଲ ପଣା, ପିଠା ମିଠା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score