ବ୍ରହ୍ମପୁର ସହରସ୍ଥିତ ଇଂଜିନିୟରିଂ ସ୍କୁଲ ଖେଳ ଖେଳପଡ଼ିଆରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଓ ଜିଲ୍ଲା କୃଷି ମହୋତ୍ସବ ମାର୍ଚ୍ଚ ଏକ ତାରିଖରୁ ଆରମ୍ଭ ହୋଇଛି l ଏହାର ପ୍ରଥମ ଦିବସ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ କୁମାର ପୃଷ୍ଟିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଡ. କନ୍ଧ ଜେନା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ସୁଜିତ କୁମାର ନାଥ, ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା) ପ୍ରଦୀପ ପଟ୍ଟନାୟକ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ।
ଚିକିଟି ବିଧାୟକ ନିଜର ଅଭିଭାଷଣ ମାଧ୍ୟମରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଯୋଜନା ହେଉଛି l ମାତ୍ର ଏହାର ପ୍ରଚାର ପ୍ରସାର ନିମନ୍ତେ ବ୍ଳକ ଓ ପଞ୍ଚାୟତସ୍ତରରେ ଏପରି ମେଳାର ଆୟୋଜନ କରିବା ଆବଶ୍ୟକତା ରହିଛି । ସରକାରଙ୍କ ଯୋଜନାକୁ ଅଧିକାରୀ ଗ୍ରାମାଞ୍ଚଳରେ ନେଇ ପହଞ୍ଚାନ୍ତୁ। ଫଳରେ ଚାଷୀ ସଚେତନ ହେବା ସହ ଯୋଜନାର ସଫଳ ରୂପାୟନ ହେବ ବୋଲି କହିଥିଲେ l ଛତ୍ରପୁର ବିଧାୟକ ପ୍ରଚାର ପ୍ରସାର ଅଭାବରୁ ହାତଗଣତି ଚାଷୀଙ୍କ ପାଖରେ ଯୋଜନା ପହଞ୍ଚିଛି । ଗ୍ରାମାଞ୍ଚଳରେ ପହଞ୍ଚିବା ଦ୍ବାରା ସମସ୍ତ ଚାଷୀ ଉପକୃତ ହେବେ ବୋଲି ମନ୍ତବ୍ୟ ଦେଇଥିଲେ। ସେହିପରି କୃଷି ବିଜ୍ଞାନ କେନ୍ଦ୍ରର ଗବେଷକ ଡ. ସୁଜିତ୍ କୁମାର ନାଥ କହିଛନ୍ତି, କୃଷିରେ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଆଧୁନିକ ଯନ୍ତ୍ରପାତି ଆସିବା ଦ୍ବାରା କୃଷି ଉତ୍ପାଦ ବହୁ ଅଧିକ ବୃଦ୍ଧି ଘଟିଛି ବୋଲି ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ ଯେ, ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଗଞ୍ଜାମ ସମେତ ଗଜପତି, କନ୍ଧମାଳ, ନୟାଗଡ ଓ ବୌଦ୍ଧ ଜିଲ୍ଲାରୁ ଚାଷୀ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଚିକିଟିର ରାଧାକାନ୍ତ ସାହୁ, ହିଞ୍ଜିଳିର ପ୍ରକାଶ ଚନ୍ଦ୍ର ଚନ୍ଦ୍ର ସ୍ବାଇଁ, ଅଶୋକ ସେଠୀ, ସାନଖେମୁଣ୍ଡିର ଛତ୍ରପୁରର ପୁରୁଷୋତ୍ତମ ଗମାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ କରାଯାଇଛି। ରଙ୍ଗେଇଲୁଣ୍ଡାର ଝୁନୁ ପ୍ରଧାନ, ସୁରେଖା ପ୍ରଧାନ, ଗଞ୍ଜାମର କୁମାରୀ ପଲାଇ, ସ୍ନେହଲତା ମୁଦୁଲିଙ୍କୁ ସଏଲ ହେଲ୍ଥ କାର୍ଡ ପ୍ରଦାନ କରାଯାଇଛି। ପୁରୁଷୋତ୍ତମପୁରର କ୍ରିଷ୍ଣା ଗୌଡ଼ ଓ କୁକଡ଼ାଖଣ୍ଡିର ଗୋପୀନାଥ ପାଣିଙ୍କୁ ପଞ୍ଚାୟତକୁ ଟ୍ରାକ୍ଟର ପାଇଁ ସହାୟତା ରାଶି ଦିଆଯାଇଛି। ମେଳାରେ ୧୨୦ଟି ଷ୍ଟଲ ଖୋଲା ଯାଉଛି, ସେଥିରେ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେବା ସହ ଚାଷୀଙ୍କୁ ରିହାତିରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। କୃଷକଙ୍କୁ ତାଲିମ ଦେବା ପାଇଁ ସେମିନାର ହଲରେ ଦୁଇଟି ପର୍ଯ୍ୟାୟରେ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଜିଲ୍ଲା କୃଷି ଅଧିକାରୀ କୁଳମଣି ବାରିକ ସ୍ବାଗତ ଭାଷଣ, ସୁରେଶ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଜିଲ୍ଲାର ସମସ୍ତ କୃଷି ଅଧିକାରୀ ପରିଚାଳନାରେ ସହଯୋଗ କରିଥିଲେ । ଏହି ମେଳାରେ ଚାଷୀମାନେ ବିଭିନ୍ନ କୃଷି ସମ୍ବନ୍ଧୀୟ ଷ୍ଟଲ ମାଧ୍ୟମରେ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତ ଯନ୍ତ୍ରପାତି, ସରକାରୀ ଯୋଜନା ଏବଂ କୃଷି ସହାୟତା ବିଷୟରେ ମଧ୍ଯ ଜାଣିପାରୁଛନ୍ତି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |