Explore

Search

July 15, 2025 3:02 am

Genres

ଆଜିଠୁ ଭୁବନେଶ୍ୱରରୁ ଆବୁଧାବିକୁ ଚାଲିଲା ବିମାନସେବା : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସଂଯୁକ୍ତ ଆରବ ରାଷ୍ଟ୍ରର ରାଜଧାନୀ ଆବୁ ଧାବିକୁ ଉଡ଼ିଲା ବିମାନ l ସକାଳ ୯ଟାରେ ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏଣିକି ଭୁବନେଶ୍ବରରୁ ସିଧାସଳଖ ଆବୁ ଧାବିକୁ ଯିବ ବିମାନ l ସପ୍ତାହକୁ ୩ ଥର ବୁଧବାର, ଶୁକ୍ରବାର ଓ ରବିବାର ଉଡ଼ିବ ବିମାନ ଏବଂ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ମିଳିବ ସେବା l ଭୁବନେଶ୍ୱରରୁ ବିଦେଶକୁ ଏହା ପଞ୍ଚମ ବିମାନସେବା ହେବ l ଯାହାଦ୍ୱାରା ରାଜଧାନୀ ଭୁବନେଶ୍ଵର ସହିତ ଆନ୍ତର୍ଜାତୀୟ ବିମାନ ସମ୍ପର୍କ ସୁଦୃଢ଼ ହେବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score