ଲୋକଙ୍କ ପାଇଁ ଖୁସି ଖବର l ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ବର୍ଷ ୨୦୨୫-୨୬ ଲାଗି ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ଘୋଷଣା କରିଛି । ଆର୍ଥିକ ବର୍ଷର ପ୍ରଥମ ଏମ୍ପିସି ବୈଠକ ଏପ୍ରିଲ ୭ ରୁ ୯ ଯାଏ ଅନୁଷ୍ଠିତ ହେବ । ଏହି ବୈଠକରେ ପୁଣି ଥରେ ରେପୋ ରେଟ୍ ହ୍ରାସ ହେବ ବୋଲି ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି ।
୫ରୁ ୭ ଫେବ୍ରୁଆରୀ ଯାଏ ଅନୁଷ୍ଠିତ ଏମ୍ପିସି ବୈଠକରେ ଆର୍ବିଆଇ ୫ ବର୍ଷ ପରେ ସୁଧହାରରେ ପରିବର୍ତ୍ତନ କରିଥିଲା । ଗଭର୍ଣ୍ଣର ସଞ୍ଜୟ ମାଲ୍ହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ଯୋଗୁ ଏହା ୬.୨୫% ସ୍ତରରେ ରହିଛି । ୨୦୨୦ମେ ପରେ ପ୍ରଥମ ଥର ଲାଗି ରେପୋ ରେଟ୍ ଖସିଛି । ଆର୍ଥିକ ବର୍ଷ ୨୦୨୫-୨୬ରେ ଦେଶର ଜିଡିପି ୬.୭% ଏବଂ ମୁଦ୍ରାସ୍ଫୀତି ୪.୨% ରହିବ ବୋଲି ଆର୍ବିଆଇ ଅନୁମାନ କରିଥିଲା ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |